Tapamatra
- Exclusive ContentScan the cover in the app
- CommunityDiscuss & Share
About this book
ଏହି ସଂକଳନରେ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କ ଗଳ୍ପ ସ୍ଥାନ ପାଇଛି। ଏଥିରେ ବାସ୍ତବ ଜୀବନର ପ୍ରତିଫଳନ ସ୍ପଷ୍ଟ ଦେଖାଯାଏ। ଗୋଟିଏ ଗଳ୍ପ ପଢ଼ିବା ଆରମ୍ଭ କଲେ ଶେଷ ନ କରି ଛାଡ଼ିବାକୁ ମନ ହୁଏ ନାହିଁ। କେତେକ ଗଳ୍ପ ପଜଲ୍ ଭଳି ହଠାତ୍ ଚମକାଇ ଦିଏ, ଯାହାର ଘଟଣାକ୍ରମ ଆଦର୍ଶ ଦୃଷ୍ଟିରୁ ଅନୁଚିତ ହେଲେ ମଧ୍ୟ ବାସ୍ତବ ସମାଜରେ ସେଥିପରି ଦୃଶ୍ୟ ବିରଳ ନୁହେଁ।
ଭାତବାଲା ଗଳ୍ପଟି ଏକ ସତ୍ୟ ଘଟଣାକୁ ଗଳ୍ପରେ ଗୁନ୍ଥିଥିବା ପରି ଅନୁଭୂତ ହୁଏ ଏବଂ ହୃଦୟକୁ ସ୍ପର୍ଶ କରେ। ଲେଖକଙ୍କ କାହାଣୀଗୁଡ଼ିକ ଅଚାନକ ଆକାଶରେ ଜଳି ଅଦୃଶ୍ୟ ହେଉଥିବା ଭଳି ନୁହେଁ; ବରଂ ପାଦ ତଳେ ମାଟିରୁ ଗଜା ଘାସ ପରି ଧୀରେ ଧୀରେ ମୁଣ୍ଡ ଟେକି ସମାଜର ଛବି ପାଲଟି ଯାନ୍ତି। ବର୍ଣ୍ଣନାରେ ସଂକ୍ଷିପ୍ତତା ଓ କଥ୍ୟଭାଷାର ବ୍ୟବହାର ଯୋଗୁ ପାଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ରୋତ ସହିତ ସହଜରେ ଭାସିଯାଏ।
ଏଥିରେ ନାଟକୀୟତା ଓ କବିତାର ଆଭା ମିଳେ। ସାଧାରଣ ଜୀବନ ଭିତରୁ ଅସାଧାରଣ ଚରିତ୍ର ଖୋଜି ବାହାର କରିବା ଲେଖକଙ୍କ ଗଳ୍ପର ଏକ ବିଶେଷ ଦିଗ। ଗଳ୍ପଗୁଡ଼ିକର ବିଷୟବସ୍ତୁ ଲେଖକଙ୍କ ନିଜ ଅନୁଭୂତିରୁ ଜନ୍ମିତ, ଏବଂ ସାମାଜିକ ବାସ୍ତବତା ଓ ପ୍ରତ୍ୟକ୍ଷ ଅନୁଭବର କଳାତ୍ମକ ଉପସ୍ଥାପନା ସେଗୁଡ଼ିକର ମୂଳ ସ୍ୱର। ଲେଖକ ସମକାଳର ଜଣେ ଯୁବ ଓଡ଼ିଆ କଥାକାର।
Reader reviews
No reviews yet. Share your thoughts on this book in the Appilog app.
Book Details
- ISBN
- 9781645601654
- Author
- Debapriya Priyadarshi Chakra
- Publisher
- Unknown Publisher
- Genres
- Short Stories & Anthologies
Media & Extras
This book has 0 videos that play on its cover. Scan the cover with the Appilog app to watch.
Get the app
